METRO TV BUREAU
Image

ଗଜରାଜ ଙ୍କ ଆତଙ୍କ ,୨ ଜଣଙ୍କୁ ଘରୁ ଟାଣିନେଇ ପାଦରେ ଦଳି ଦେଲା ହାତୀ |



କିଛିଦିନ ହେବ ହାତୀ ଙ୍କ ଆତଙ୍କ ରେ ଆତଙ୍କିତ ହୋଇଅଛନ୍ତି ରେଢାଖୋଲ ଅଂଚଳବାସି | ମ୍ବଲପୁର ଜିଲ୍ଲା ରେଢ଼ାଖୋଲ ମୋଚିବାହାଲ ବନାଞ୍ଚଳ ଅନ୍ତର୍ଗତ ମାକରକେନ୍ଦା ଗାଁରେ ହାତୀ ଆତଙ୍କ । ଘରେ ଶୋଇଥିବା ଅବସ୍ଥାରେ ଦୁଇଟି ପରିବାରର ଦୁଇଜଣଙ୍କୁ ହାତୀ ଟାଣି ନେଇ ପାଦରେ ଦଳି ଅତି ବୀଭତ୍ସଭାବେ ହତ୍ୟା କରିଛି। ମୃତକ ଦ୍ୱୟ ହେଲେ ଗ୍ରାମର ଶମ୍ଭୁ ଭୋଇ ଓ ସେବତୀ ଭୋଇ ।  ହାତୀ ଆକ୍ରମଣରେ ସେବତୀ ଭୋଈଙ୍କର ଶରୀର ଦୁଇଖଣ୍ଡ ହୋଇ ପଡିଥିବାବେଳେ ଶମ୍ଭୂ ଭୋଇଙ୍କୁ ଦଳି ଦେଇଥିଲା । ଫଳରେ ସେମାନଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଏହି ଘଟଣାରେ ସମଗ୍ର ଗ୍ରାମରେ ଆତଙ୍କ ଖେଳି ଯାଇଛି |  ହାତୀପଲ ଏଣେତେଣେ ବୁଲୁଥିବା ଦେଖି ସ୍ଥାନୀୟ ଅଂଚଳରେ ଲୋକେ ଭୟଭୀତ ଅବସ୍ଥାରେ ରହୁଛନ୍ତି । ରାତିରେ ଲୋକମାନେ ଅନିଦ୍ରା ରହୁଥିବା ପ୍ରକାଶ କରିଛନ୍ତି । ବନବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହିଂଚି ହାତୀ ଘଉଡାଇବାକୁ ଉଦ୍ୟମ ଜାରି ରଖିଥିବା ଦେଖାଯାଇଛି ।