METRO TV BUREAU
Image

ଝାରସୁଗୁଡ଼ା ଷ୍ଟେସନରେ ୭ଟି ବୋମା ଜବତ ,ଅଳ୍ପକେ ବର୍ତିଲେ ଯାତ୍ରୀ !



ଆଜି ସକାଳେ ଝାରସୁଗୁଡ଼ା ଷ୍ଟେସନରେ ଆଲ୍ଲେପୀ-ଧାନବାଦ ଏକ୍ସେପ୍ରେସରୁ ବିସ୍ଫୋରକ ଭର୍ତ୍ତି ପ୍ଲାଷ୍ଟିକ ବ୍ୟାଗ ଜବତ ହୋଇଛି । ଟ୍ରେନ୍‌ରେ ବିସ୍ଫୋରକ ପରିବହନ ଖବର ପାଇଁ ଏଲେପି- ଧାନବାଦ ଏକ୍ସପ୍ରେସରେ ଚଢ଼ାଉ କରି ୭ଟି ବୋମା ଜବତ କରିଥିଲେ | ମିଳିଥିବା ସୂଚନା ଅନୁଯାୟୀ, ଆଜି ଭୋର ପ୍ରାୟ ୩ଟା ୪୫ ମିନିଟ ସମୟରେ ଝାରସୁଗୁଡ଼ା ଷ୍ଟେସନରେ ଏଲେପି- ଧାନବାଦ ଗାଡ଼ି ପହଞ୍ଚିବା ପରେ ଏସ-୩ ବଗିରେ ଲୋକ ମାନଙ୍କର କୋଳାହଳ ଶୁଣିବାକୁ ମିଳିଥିଲା | ଏହି ପାଟିତୁଣ୍ଡ ଶୁଣି ଡ୍ୟୁଟିରେ ଥିବା ଜିଆରପି ହାବିଲଦାର ଫିରୋଜ ଖାନ୍‌ ବଗି ଭିତରକୁ ଯାଇ ୭୧ନମ୍ବର  ସିଟ ତଳେ ଏକ ଚପଲ ଜଳୁଥିବା ଦେଖିଥିଲେ । ପରେ ସେ ପାଦରେ ଦଳି  ସେହି ନିଆଁକୁ ଲିଭାଇ ଦେଇଥିଲେ । ପରବର୍ତୀ ସମୟରେ ସେଠାରେ ଏକ ବ୍ୟାଗ୍‌ରେ ରଖାଯାଇଥିବା କିଛି ସନ୍ଦେହଜନକ ସାମଗ୍ରୀ ଦେଖି ସେ ତାହାକୁ ଆଣି ବାହାରେ ଫିଙ୍ଗି ଦେଇଥିଲେ | ତାପରେ ଜଣ ପଡିଥିଲା ବ୍ୟାଗ ଟିରେ ବ୍ୟାଟେରି ଲାଗିଥିବା ବିସ୍ଫୋରକ ରହିଛି। ତେଣୁ ଏ ନେଇ ସଙ୍ଗେ ସଙ୍ଗେ ସେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ | ଏକ ବଡ ଧାରଣର ବିସ୍ଫୋରଣ ଅଳ୍ପକେ ବର୍ତି ଯାଇଛି |