METRO TV BUREAU
Image

୭ ମାସର ଶିଶୁକୁ ନିଆଁ ସେଜରେ ଶୁଆଇ ଦେଲା ମା



 ମାତୃତ୍ୱର ଏକ ନୂତନ ଛବି , ୭ ମାସର ଶିଶୁକୁ ନିଆଁ ସେଜରେ ଶୁଆଇ ଦେଲା ମା | ଏପରି ଏକ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ସ୍ଥିତ ସାଲିଆ ସାହି ଠାରେ | ସକାଳେ ମାଆ ଜଣକ ତାର ଶିଶୁକନ୍ୟାଟିକୁ ଏକ ଲୁଗା ବିଛାଇ ଶୋଇବା ପାଇଁ ଦେଇଥିଲେ । ହେଲେ ହଠାତ୍ ସେହି ଲୁଗାରେ କିରାସିନି ଢାଲି ନିଆଁ ଲଗାଇ ଦେଇଥିଲା। କନ୍ୟା ଟିର ବାପା ତାକୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରିଥିଲେ | ପରବର୍ତୀ ସମୟରେ ଶିଶୁଟିକୁ ଗୁରୁତ୍ୱର ଅବସ୍ଥାରେ କଟକ ବଡମେଡିକା ସ୍ଥାନାନ୍ତର କରାଯାଇଥିଲା | କନ୍ୟାଟିର ଶରୀରର ପ୍ରାୟ ୯୦ ଭାଗ ନିଆଁରେ ପୋଡି ହୋଇ ଯାଇଥିଲା ଫଳରେ କନ୍ୟାଟି କଟକ ଏସସିବିରେ ଆଜି ମୃତ୍ୟୁ ହୋଇଯାଇଛି | 
ମିଳିଥିବା ସୂଚନାନୁଯାୟୀ, ସାଲିଆସାହି ଶକ୍ତିବିହାରରେ ରଘୁନାଥ ପିଙ୍ଗୁଆ ଓ ତାଙ୍କ ସ୍ତ୍ରୀ ସୁନା ପିଙ୍ଗୁଆଙ୍କ ଦୀର୍ଘ ଦିନ ହେଲା ରହି ଆସୁଥିଲେ। କିଛି ମାସ ପୂର୍ବେ ସୁନା ଏକ ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଥିଲେ। ଶିଶୁ କନ୍ୟା ଜନ୍ମ ହେବାର କିଛି ଦିନ ପରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେବା ଆରମ୍ଭ ହୋଇଥିଲା। ବୁଧବାର ରାତିରେ କୌଣସି କଥାକୁ କେନ୍ଦ୍ର କରି ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହି କଥାକୁ କେନ୍ଦ୍ର କରି ଗତକାଲି ସକାଳ ପ୍ରାୟ ସାଢ଼ ଆଠଟା ସମୟରେ ସୁନା କପଡ଼ାରେ ନିଆଁ ଲଗାଇ ଶିଶୁ କନ୍ୟାକୁ ଶୁଆଇ ଦେଇଥିଲା।