METRO TV BUREAU
Image

ଜଗମୋହନ ପୂର୍ବରୁ ରଥରେ ଜୀବନ :



           ଆସୁଥିବା ରଥଯାତ୍ରା ଉପଲକ୍ଷେ , ଜଗତର ତିନି ଠାକୁରଙ୍କ ରଥପ୍ରସ୍ତୁତ ପାଇଁ  ଅଣାଯାଇଥିବା  ରଥର କାଠରେ , ଏକ ଅସ୍ୱାଭାବିକ  ଭାବେ  ମୂତ୍ୟୁ  ଘଟିଛି  ଜଣେ ବୃଧ ବ୍ୟକ୍ତିର | ମିଳିଥିବା ସୂଚନା ଅନୁଯାଇ ଅପରିଚିତ ବୃଧ ବ୍ୟକ୍ତି ରଥର କାଠକୁ ମୁଣ୍ଡିଆ ମାରିବା ଅବସ୍ଥାରେ  ଆଖିବୁଜିଥିଲେ | ଏପର୍ଯ୍ୟନ୍ତ ମୂତ୍ୟୁର କାରଣ ସ୍ପଷ୍ଟ ହୋଇପାରିନାହିଁ  ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ନେଇଥିବା ପୋଲିସ କହିଛି | ସ୍ଥାନୀୟ ଲୋକ କହିବା ମୁତାବକ , ପୂର୍ବାହ୍ନ ପ୍ରାୟ  ସାଢେ ୧୧ଟାରେ  ରଥ ଖଳାଠାରେ  ରଖା ଯାଇଥିବା  ରଥକାଠ  ଉପରେ  ବସିରହିଥିଲେ |  ପରେ ପରେ ମୁଂହ ମାଡି  ସୋହିରହିଥିବା  ଦେଖିବାକୁ  ମିଳିଥିଲା | ବୋହୁ ସମୟ ଧରି  ଶୋଇରହିବାରୁ ସ୍ଥାନୀୟ ଲୋକେ ସନ୍ଧେହ କରି ପୋଲିସ କୁ ଜଣାଇଥିଲେ | ଘଟଣାସ୍ଥଳରେ  ପୋଲିସ ପହଂଚି ବୃଧ ବ୍ୟକ୍ତି କୁ  ହଲଚଲ କରି ମୁଂହ ଓ ନାକରୁ ରକ୍ତ  ଦେଖି ମେଡିକାଲ କୁ ପଠାଇଥିଲା |ସେଠାରେ  ମୃତ ବୋଲି ଡାକ୍ତର କହିଥିଲେ | ଏହିଘଟଣାକୁ ନେଇ କେତେକ ଜଗନ୍ନାଥ ପ୍ରେମୀ  ଏହାକୁ ସୋଭାଗ୍ୟ ବୋଲି ବିବେଚନା କରିଛନ୍ତି  |