METRO TV BUREAU
Image

୧୦ ବର୍ଷ ପରେ ଜେଲରୁ ମୁକୁଳିଛନ୍ତି ଗ୍ୟାଙ୍ଗଷ୍ଟର



 ଜେଲରୁ ମୁକୁଳିଲେ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ । ଜ୍ୟୋତି ମୋଟର୍ସ କର୍ମଚାରୀ ଅପହରଣ ମାମଲାରେ ହାଇକୋର୍ଟ ରାଜାଙ୍କୁ ସର୍ତମୂଳକ ଜାମିନ ଦେଇଥିଲେ । ୨୦୦୮ରୁ ବିଭିନ୍ନ ମାମଲାରେ ଜେଲରେ ଥିଲେ ରାଜା । ସେପଟେ ରାଜା ଙ୍କ ଜାମିନ୍ ବିରୋଧରେ କୋର୍ଟରେ ଆବେଦନ କରିବ ବୋଲି କହିଥିଲା କମିଶନରେଟ୍ ପୁଲିସ୍ । ୧୦ ବର୍ଷ ପରେ ଜେଲରୁ ମୁକୁଳିଛନ୍ତି ଗ୍ୟାଙ୍ଗଷ୍ଟର । ଗତ ୨୦ ତାରିଖରେ ଜ୍ୟୋତି ମୋଟର୍ସ କର୍ମଚାରୀ ଅପହରଣ ମାମଲାରେ ରାଜାଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଥିଲା ।  ୫୦ହଜାର ଟଙ୍କା ଏବଂ ୨ଟି ଜାମିନଦାର ବଳରେ ତାଙ୍କୁ ଏହି ଜାମିନ ମିଳିଥିଲା। ଏହା ବ୍ୟତିତ ପ୍ରତି ସପ୍ତାହରେ ଲିଙ୍ଗରାଜ ମନ୍ଦିର ଥାନାରେ ହାଜିରା ଦେବାକୁ ତାଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି