METRO TV BUREAU
Image

କେନ୍ଦୁଝରରେ ସୃଷ୍ଟି ହୋଇଥିଲା କାଶ୍ମୀର ଭ୍ରମ



ସୋମବାର କେନ୍ଦୁଝରରେ ସୃଷ୍ଟି ହୋଇଥିଲା କାଶ୍ମୀର ଭ୍ରମ | ଚାରିଆଡେ ବରଫ ଅସ୍ତ୍ର ବିଛେଇ ହୋଇଯାଇଥିଲା | ପାହାଡ ପର୍ବତ, ଗଛପତ୍ର, ରାସ୍ତାଘାଟ ସବୁଆଡେ କୁଆପଥର ପଡିଛି । କିଛି ସମୟ ପାଇଁ ଏହା କାଶ୍ମୀରର ଭ୍ରମ ସୃଷ୍ଟି କରିଥିଲା । ପ୍ରାୟ ଦୁଇ ତିନି ଇଂଚ ବହଳର କୁଆପଥର ବିଭିନ୍ନ ସ୍ଥାନରେ ଜମି ରହିଥିଲା । ଅଦିନରେ ବରଫ ଭଳି ପରିବେଶ ପାଇ ଲୋକେ ତାର ମଜା ଉଠାଉଛନ୍ତି । ସାରା ରାଜ୍ୟ ତାତିରେ ସନ୍ତୁଳି ହେଉଥିବା ବେଳେ କୋରାପୁଟରେ ବର୍ଷିଥିଲା କୁଆପଥର । ଲଗାତାର ୨ ଦିନ ଧରି କୁଆପଥର ବର୍ଷାରେ ଭିଜିଲା ଘର, ପାହାଡ, ରାସ୍ତାଘାଟ ଓ ସବୁଜ କ୍ଷେତ । ସମଗ୍ର ଗାଁରେ ଗଦା ହୋଇଗଲା ୩ ଫୁଟ ଉଚ୍ଚର କୁଆପଥର । ବରଫ ଆଚ୍ଛାଦିତ ଅଂଚଳରେ କିଏ ସେଲଫି ନେଲା ତ ଆଉ କିଏ ବରଫରେ ଖେଳିବାର ମଜା । ଆଉ କେହି କେହି କୁଆପଥର ବର୍ଷାକୁ ନିଜ ମୋବାଇଲରେ ରେକର୍ଡ କରିଥିଲେ ।