METRO TV BUREAU
Image

କୋର୍ଟ ଭିତରେ ଖଣ୍ଡାରେ ହାଣି ଯୁବତୀଙ୍କୁ ହତ୍ୟା,



ଆଜି ସମ୍ବଲପୁର ପରିବାର କୋର୍ଟ ପରିସରରେ ଓକିଲଙ୍କ ସମ୍ମୁଖରେ ଜଣେ ଅଭିଯୁକ୍ତ  ଯୁବକ ଏକ ବର୍ବରକାଣ୍ଡ କରିଛି । ପାରିବାରିକ କଳହର ସମାଧାନ ପାଇଁ କୋର୍ଟକୁ ଆସଥିବା ବେଳେ ନିଜ ସ୍ତ୍ରୀ ଓ ସଂପର୍କୀୟଙ୍କ ଉପରେ ଆକ୍ରମଣ କରିଛି । ଫଳରେ ଚିକିତ୍ସାଧୀନ ଅବସ୍ଥାରେ ସ୍ତ୍ରୀ ସଂଜିତାର ବୁର୍ଲା ମେଡ଼ିକାଲରେ ମୃତ୍ୟୁ ହୋଇଥିବା ବେଳେ ଶାଶୁ ଓ ସଂପର୍କୀୟ ଝିଆରୀ ଗୁରୁତର ଅଛନ୍ତି ।  ସମ୍ବଲପୁର ସଦର ମେଡ଼ିକାଲାରେ ଚିକିତ୍ସା ଚାଲିଛି । ଅଭିଯୁକ୍ତ ସ୍ୱାମୀ ରମେଶ କୁମ୍ଭାରକୁ ପୋଲିସ ଗିରଫ କରିଛି ।
ସୂଚନା ଅନୁଯାୟୀ, ସମ୍ବଲପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ସିନ୍ଦୁରପଙ୍କ କେନାଲପଡ଼ାର ରମେଶ କୁମ୍ଭାର ଗତ ୨୦୧୭ ମସିହାରେ ସେହି ଅଞ୍ଚଳର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ ଓ ତାଙ୍କୁ  ଅପହରଣ କରି ନେଇ ପଳାଇଥିଲେ । ମାତ୍ର କିଛି ଦିନ ପରେ ଯୁବତୀଜଣକ ରମେଶଙ୍କ କବଳରୁ ଖସିଯାଇ ଘରେ ପହଞ୍ଚିଥିଲେ । ଏହାର କିଛି ଦିନ ପରେ  ଯୁବତୀଙ୍କ ପରିବାର ତାଙ୍କର ଅନ୍ୟତ୍ର ବିବାହ କରି ଦେଇଥିଲେ। ତେବେ ରମେଶ  ସଙ୍ଗୀତାଙ୍କୁ ନିଜର ପତ୍ନୀ ବୋଲି ଦାବି କରୁଥିଲେ ଓ  ସମ୍ବଲପୁର ପରିବାର କୋର୍ଟରେ ଅଭିଯୋଗ କରିଥିଲେ ଯେ ତାଙ୍କ ପତ୍ନୀଙ୍କୁ  ତାଙ୍କ ପରିବାର ଲୋକେ ଘର ଭିତରେ ବନ୍ଧକ ରଖିଛନ୍ତି । ଏ ନେଇ ପରିବାର କୋର୍ଟ ସଙ୍ଗୀତାଙ୍କ ପରିବାରକୁ ନୋଟିସ ଜାରି କରିଥିଲେ। ଆଜି ଦିନ ପ୍ରାୟ ୧୦ଟା ବେଳେ ସଙ୍ଗୀତା, ତାଙ୍କ ବାପା ଫୁଦନ ଚୌଧୁରୀ,   ମାଆ ଲଳିତା ଚୌଧୁରୀ ଓ ତାଙ୍କ ୫ ବର୍ଷର ଝିଆରୀଙ୍କ ସହିତ ଆସି ପରିବାର କୋର୍ଟରେ  ପହଞ୍ଚିଥିଲେ |  ଆଜି କାଉନସେଲିଂ ହୋଇଥାଆନ୍ତା । ମାତ୍ର ଏହା ପୂର୍ବରୁ ରମେଶ କୋର୍ଟ ପରିସରରେ ଏକ ଛୁରୀରେ ସ୍ତ୍ରୀ, ଶାଶୁ ଓ ଶାଳୀର ଝିଅକୁ ମରଣାନ୍ତକ ଆକ୍ରମଣ କରିଥିଲା ।